Lord Caitanya His Life and Teachings- (ODIA)

31.00

SKU LCHLT-ORI-01 Category Tag

Description

ଏହି ଭୌତିକ ଜଗତରେ ସୁଗେଯୁଗେ ଅନେକ ଅବତାରଙ୍କର ଆବିର୍ଭାବ ହୋଇଛି, କିନ୍ତୁ ଗୌର ଅବତାର ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁଙ୍କପରି କୌଣସି ଅବତାର ଏତେ ଉଦାରତା ସହିତ ଭଗବଦ୍ ପ୍ରେମ ବିତରଣ କରିନାହାଁନ୍ତି । ଶ୍ରୀ ଚୈତନ୍ୟ ମହାପ୍ରଭୁ ପଶ୍ଚିମ ବଙ୍ଗରେ ୧୪୮୬ ଖ୍ରୀଷ୍ଟାବ୍ଦରେ ଆବିର୍ଭୂତ ହୋଇଥିଲେ। ସେ ଏ ଧରାଧାମରେ ୪୮ବର୍ଷ ଲୀଳା କରିଥିଲେ। ତଥାପି ମାନବ ସମାଜରେ ଆଧ୍ୟାୟିକ ଚେତନା ଜାଗ୍ରତ ଉଦ୍ଦେଶ୍ୟରେ ସେ ଏକ କ୍ରାନ୍ତିକାରୀ ଆନ୍ଦୋଳନ କରିଥିଲେ । ସେ ଏଥୁରେ ଲକ୍ଷ ଲକ୍ଷ ଜୀବଙ୍କୁ ପ୍ରଭାବିତ କରିଥିଲେ। ଯୁବାବସ୍ଥାରେ ମଧ୍ୟ ସେ ଜଣେ ପ୍ରସିଦ୍ଧ ବିଦ୍ୱାନ ଥିଲେ । ସେ ୨୪ ବର୍ଷ ବୟସରେ ନିଜର ପରିବାର ତ୍ୟାଗ କରି ସନ୍ୟାସ ବ୍ରତ ଅବଲମ୍ବନ କରି ସାରା ଭାରତ ଭ୍ରମଣକରି ଆଧ୍ୟାତ୍ମିକ ଚେତନାର ଶିକ୍ଷା
ପ୍ରଦାନ କରିଥିଲେ। ସେ କହିଲେ ମାନବ ସମାଜରେ ରହି ସମସ୍ତ ସାଂସାରିକ କର୍ତ୍ତବ୍ୟ କରି ଆଧ୍ୟାମିକ ଚେତନାକୁ ବିକଶିତ କରିପାରିବ । ଯଦିଓ ଏଇଶିକ୍ଷା ଦୀର୍ଘ ବର୍ଷ ପୂର୍ବେ ପ୍ରଚାରିତ ହୋଇଥିଲା ତଥାପି ଆଜି ପର୍ଯ୍ୟନ୍ତ ଏହାର ଉତ୍କର୍ଷତା ଜନସମାଜ ଉପଲବ୍ଧି କରୁଛି। ତାଙ୍କର ଶିକ୍ଷାଥୁଲା ଯେ ସମସ୍ତେ ଭଗବାନଙ୍କର ପ୍ରେମମୟୀ ସେବାରେ ନିଯୁକ୍ତ ହୋଇ ନିଜ ଜୀବନକୁ ସାର୍ଥକ କରିପାରିବେ । ଏହି ପୁସ୍ତକଟି ସେହି ପ୍ରେମ ପୁରୁଷୋତ୍ତମଙ୍କର ଅସାଧାରଣ ଜୀବନ ଶୈଳୀ ଓ ଶିକ୍ଷାର ସଂକ୍ଷିପ୍ତ ସୂଚନାଦିଏ।

Additional information

Weight 0.083 kg
Dimensions 18 × 12 × 1 cm

Reviews

There are no reviews yet.

Be the first to review “Lord Caitanya His Life and Teachings- (ODIA)”

Your email address will not be published. Required fields are marked *

×